Thu. Nov 21st, 2024

ରାହୁଲଙ୍କ ‘ଶକ୍ତି’ ପ୍ରସଙ୍ଗକୁ ନେଇ ଜବାବ ଦେଲେ ମୋଦୀ

1 min read
Spread the love

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଜଗତିଆଲରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ‘ଶକ୍ତି’ ପ୍ରସଙ୍ଗକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି , ‘ଦେଶର ପ୍ରତ୍ୟେକ ମା’ ଓ ଝିଅ ଶକ୍ତି ସ୍ୱରୂପା ଏବଂ ମୁଁ ସେମାନଙ୍କର ପୂଜାରୀ’।

ମୋଦୀ ଆହୁରି ମଧ୍ୟ କହିଛନ୍ତି , ‘‘ଲୋକସଭା ନିର୍ବାଚନ ଘୋଷଣା ହୋଇସାରିଛି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଉତ୍ସବ ଆରମ୍ଭ ହୋଇଛି ଏବଂ ମେ ୧୩ରେ ତେଲେଙ୍ଗାନାବାସୀ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ତେଲେଙ୍ଗାନାରେ ମେ ୧୩ ରେ ହେବାକୁ ଥିବା ଭୋଟ୍ ‘ବିକଶିତ ଭାରତ’ ପାଇଁ ହେବ ଏବଂ ଯେତେବେଳେ ଭାରତର ବିକାଶ ହେବ, ତେଲେଙ୍ଗାନାର ମଧ୍ୟ ବିକାଶ ହେବ। ଗତକାଲି ମୁମ୍ବାଇରେ ଇଣ୍ଡି ଆଲାଏନ୍ସ ରାଲି ହୋଇଥିଲା। ନିର୍ବାଚନ ଘୋଷଣା ହେବା ପରେ ଏହା ଥିଲା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି। ସେହି ରାଲିରେ ସେ ନିଜର ଇସ୍ତାହାର ଜାରି କରିଥିଲେ ଏବଂ ତାଙ୍କ ଇସ୍ତାହାରରେ ଘୋଷଣା କରାଯାଇଥିଲା ଯେ ମୋର ଲଢ଼େଇ କ୍ଷମତା ବିରୋଧରେ। ପ୍ରକୃ୍ତରେ ମୋ ଲଢେଇ ଅନୀତି , ଭ୍ରଷ୍ଟାଚାର ବିରୋଧରେ।’’

ନିକଟରେ ମୁଁ ତେଲେଙ୍ଗାନାର ବିଭିନ୍ନ ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲି । ଲୋକମାନେ ଦେଖୁଛନ୍ତି ଯେ ବିକାଶ ମୂଳକ ପ୍ରକଳ୍ପ ଏବେ ରାଜ୍ୟର ଦୁର୍ଗମ କୋଣଅନୁକୋଣରେ ମଧ୍ୟ ପହଞ୍ଚୁଛି । ‘ବିଜେପି ଲହର’ ବିଆରଏସ୍ ଓ କଂଗ୍ରେସର କୁଶାସନକୁ ଦୂର କରିବ! ମୋ ପାଇଁ ପ୍ରତ୍ୟେକ ମା’ ଶକ୍ତିର ଏକ ରୂପ, ପ୍ରତ୍ୟେକ ଝିଅ ହେଉଛି ଶକ୍ତିର ରୂପ । ମୁଁ ସେମାନଙ୍କୁ ଶକ୍ତି ଭାବରେ ପୂଜା କରେ ଏବଂ ଏହି ଶକ୍ତି ସ୍ୱରୂପ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇଦେବି ବୋଲି ମୋଦୀ କହିଛନ୍ତି।

Copyright © All rights reserved.