Mon. Feb 24th, 2025

ରାଜଧାନୀର ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଖୁବ୍‌ଶୀଘ୍ର ଆସୁଛି ନୂଆ ପାର୍କିଂ ନୀତି

1 min read
Spread the love

ଭୁବନେଶ୍ବର: ରାଜଧାନୀର ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଖୁବ୍‌ଶୀଘ୍ର ନୂଆ ପାର୍କିଂ ନୀତି ଆସୁଛି। କେମିତି ଅଧିକରୁ ଅଧିକ ଗାଡ଼ି ପାର୍କିଂ ହୋଇପାରିବ, କିଏ ପାର୍କିଂ ଅଞ୍ଚଳ ରଖିବାକୁ ବାଧ୍ୟ, କେଉଁ କେଉଁ ଅଞ୍ଚଳରେ ଗାଡ଼ିପାର୍କିଂ କରିବାକୁ ବ୍ୟବସ୍ଥା ରହିବ, ପାର୍କିଂ ନିୟମ ନ ମାନିଲେ କ’ଣ ଓ କିପରି ଜରିମାନା ଆଦାୟ ହେବ, କିପରି ରାଜଧାନୀର ସବୁ ରାସ୍ତା ବେଆଇନ ପାର୍କିଂମୁକ୍ତ ହେବ, ସେନେଇ ନୂଆ ପାର୍କିଂ ନୀତି ଆସିବ।

ଆଜି ଏନେଇ ଉନ୍ନତି ଭବନରେ ମାନସମନ୍ଥନ ହୋଇଛି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌, ଜର୍ମାନର ଜିଆଇଜେଡ୍‌, କ୍ରୁଟ୍‌, ବିଡିଏ, ବିଏମ୍‌ସି, କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେଇ ଆଲୋଚନା କରିଥିଲେ। ଭୁବନେଶ୍ବରର ପାର୍କିଂ ବ୍ୟବସ୍ଥା ସଜାଡ଼ିବାକୁ ଜିଆଇଜେଡ୍‌ ନୂଆ ପାର୍କିଂ ନୀତି ସହ ଡିପିଆର୍ ପ୍ରସ୍ତୁତ କରୁଥିବାରୁ ଜିଆଇଜେଡ୍‌ର ପ୍ରସ୍ତାବ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ନୂଆ ପାର୍କିଂ ନୀତିକୁ ଲାଗୁ କରିବାକୁ ହେଲେ କେଉଁ ସଂସ୍ଥାକୁ କ’ଣ କ’ଣ ପଦକ୍ଷେପ ନେବାକୁ ହେବ, ସେନେଇ ଆଲୋଚନା ହୋଇଥିଲା।

Copyright © All rights reserved.