Mon. Feb 24th, 2025

ସଲମାନ୍‌ ଖାନ୍‌ ଚଳିତ ବର୍ଷ ଇଦରେ କଟ୍ରିନାଙ୍କୁ କରିବେ ବିବାହ !

1 min read
Spread the love

ନୂଆଦିଲ୍ଲୀ: ସଲମାନ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବଂ ସଲମାନଙ୍କ ପ୍ରଶଂସକ ତାଙ୍କ ହିରୋ କେବେ ବିବାହ କରିବେ ତାହା ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ସଲମାନ୍‌ ଯେତେବେଳେ କଟ୍ରିନା କୈଫ୍‌ଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ ସେତେବେଳେ ସମସ୍ତଙ୍କୁ ଲାଗିଥିଲା କି ସଲମାନ୍‌ କଟ୍ରିନାଙ୍କୁ ହିଁ ବିବାହ କରି ନେବେ। କିନ୍ତୁ ଏମିତି କିଛି ହୋଇ ନଥିଲା। ଏଯାବତ୍‌ ଏହି ଦୁହିଁଙ୍କ ନାମ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିବା ଖବର ସାମ୍ନାକୁ ଆସିଛି। ନିକଟରେ ଏକ ଭିଡିଓ ଆସିଛି। ଏହି ଭିଡିଓ ଦେଖି ଜଣାପଡ଼ୁଛି କି, ସଲମାନ୍‌ କଟ୍ରିନାଙ୍କୁ ଚଳିତ ବର୍ଷ ଇଦ୍‌ ଅବସରରେ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏହି କାହାଣୀରେ ଟିକେ ଟୁଇଷ୍ଟ ରହିଛି…

ସଲମାନ୍‌ କଟ୍ରିନାଙ୍କ ସହିତ ଅଲି ଆବାସ୍‌ ଜଫରଙ୍କ ସିନେମା ‘ଭାରତ’ରେ କାମ କରୁଛନ୍ତି। ଏହି ସିନେମାକୁ ନେଇ ତାଜା ରିପୋର୍ଟ ପ୍ରକାଶ ପାଇଛି। ସଲମାନ୍‌ ଓ କଟ୍ରିନା ସିନେମାର ଏକ ସ୍ପେଶାଲ େଓ୍ଵଡିଂ ସଙ୍ଗ ସୁଟ କରିବାକୁ ଯାଉଛନ୍ତି। ସିନେମା ଏହି ଗୀତଟି ବହୁତ ସ୍ୱତନ୍ତ୍ର ରହିଛି। େଓ୍ଵଡିଂ ସ୍ପେଶାଲ ଏହି ଗୀତ ପାଇଁ ଖାସ୍‌ ଫୁଲ ଓ ବିଭିନ୍ନ ପ୍ରକାର ଡେକୋରେସନ୍ସ ବ୍ୟବହାର କରାଯାଇଛି। ସଲମାନ୍‌ ଓ କଟ୍ରିନାଙ୍କ ବ୍ୟତୀତ ଏହି ସିନେମାରେ ସୁନିଲ ଗ୍ରୋଭର ଓ ଦିଶା ପଟନି ନଜର ଆସିବେ। ଏହି ସିନେମା ଚଳିତ ବର୍ଷ ଇଦ ଅବସରରେ ରିଲିଜ ହେବ। ରିଏଲ ଲାଇଫ୍‌ରେ ନୁହେଁ ରିଲ୍‌ରେ ଦର୍ଶକ କଟ୍ରିନା ଓ ସଲମାନଙ୍କ ବିବାହ ଦେଖିବାକୁ ପାଇବେ।

Copyright © All rights reserved.