ସଲମାନ୍ ବନିବେ ଡିଟେକ୍ଟିଭ୍
1 min read
ମୁମ୍ବାଇ: ବଲିଉଡର ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ଏବେ ନିଜର ଆଗାମୀ ସିନେମା ‘ଭାରତ’ର କାମରେ ବ୍ୟସ୍ତ ଅଛନ୍ତି। ଏହାପରେ ପରେ ସେ ‘ଦବଙ୍ଗ-୩’ରେ କାମ କରିବେ ବୋଲି ଜଣାଯାଇଛି। ଏହା ପରେ ପରେ ସେ ଏକ ବ୍ଲକବଷ୍ଟର କୋରିଅନ୍ ମୁଭିର ହିନ୍ଦୀ ରିମେକ୍ କାମ କରିବେ ବୋଲି ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍ ହେଲା ‘ଭେଟେରାନ୍’। ଇତିମଧ୍ୟରେ ଏହି କୋରିଅନ୍ ଫିଲ୍ମରେ ସଲମାନ୍ ଖାନ୍ ଜଣେ ଡିଟେକ୍ଟିଭ୍ ଭୂମିକାରେ ନଜର ଆସିବେ। ‘ଭେଟେରାନ୍’ ଏକ କୋରିଆନ୍ ବ୍ଲକବଷ୍ଟର ସିନେମା। ଏହାର କାହାଣୀ ଜଣେ ଡିଟେକ୍ଟିଭ୍ କଥାକୁ ଉପରେ ଆଧାରିତ। ଏହା ଏକ କମେଡି ସିନେମା।
‘ଭେଟେରାନ୍’ର ରିମେକ୍ରେ କେଉଁ ନାୟିକାଙ୍କ ସହ ସଲମାନ୍ ଖାନ୍ ରୋମାନ୍ସ କରିବେ,ତାହା ଏଯାଏଁ ଜଣାପଡ଼ି ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ସଲମାନ୍ ଖାନ୍ଙ୍କ ଅଭିନୀତ ‘ଭାରତ୍’ମଧ୍ୟ ଏକ କୋରିଆନ୍ ଫିଲ୍ମ ‘ଓଡ୍ ଟୁ ମାଇଁ ଫାଦର୍’ର ରିମେକ୍। ଏଥିରେ ସଲମାନଙ୍କ ବିପକ୍ଷରେ କାଟ୍ରିନା କୈଫ୍ ନଜର ଆସିବେ।