Sun. Feb 23rd, 2025

ସମଗ୍ର ଦେଶରେ ସେପ୍ଟେମ୍ବରରୁ ଲାଗୁ ହେବ ତ୍ବରିତ ଚେକ୍ କ୍ଲିୟରାନ୍ସ ବ୍ୟବସ୍ଥା

1 min read
Spread the love

ମୁମ୍ବାଇ: ଚେକ୍ କ୍ଲିୟରାନ୍ସ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଛି। ଆସନ୍ତା ସେପ୍ଟେମ୍ବରରୁ ‌ସାରା ଦେଶରେ ଚେକ୍ କ୍ଲିୟରାନ୍ସ ପାଇଁ ଆଧୁନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ନୂଆ ବ୍ୟବସ୍ଥା ଅନୁଯାୟୀ, ଚେକ୍ କ୍ଲିୟରାନ୍ସ ପାଇଁ ଚେକ୍‌କୁ ସିଧାସଳଖ ପଠାଇବା ପରିବର୍ତ୍ତେ ଇଲେକ୍‌ଟ୍ରୋନିକ ରୂପରେ ଏହାର ଛବିକୁ ପଠାଯାଇଥାଏ। ରିଜର୍ଭ ବ୍ୟାଙ୍କ ୨୦୧୦ ଫେବ୍ରୁଆରିରୁ ଏହି ବ୍ୟବସ୍ଥା ଦେଶରେ ଆରମ୍ଭ କରିଛି। ଏଥିରେ ଚେକ୍ କ୍ଲିୟର ହେବା ପାଇଁ କମ୍ ସମୟ ଲାଗୁଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ଦେଶର କେତୋଟି ବଡ଼ ସହରରେ ସୀମିତ ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଚେକ୍ ଟ୍ର‌ଙ୍କେସନ୍ ସିଷ୍ଟମ୍‌ (ସିଟିଏସ୍‌) ବ୍ୟବସ୍ଥା ଠିକ୍ ଢଙ୍ଗରେ ଦକ୍ଷତାର ସହ କାର୍ଯ୍ୟ କରୁଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସିଟିଏସ୍ ବ୍ୟବସ୍ଥାକୁ ୨୦୨୦ ସେପ୍ଟେମ୍ବରରୁ ଲାଗୁ କରିବା ଯୋଜନା ରହିଛି।

Copyright © All rights reserved.