Sun. Feb 23rd, 2025

ସାମାନ୍ୟ ଝଗଡ଼ାକୁ ନେଇ ସ୍କୁଲ୍‌ ବାହାରେ ସିନିୟର୍‌କୁ ହତ୍ୟା କଲା ଷଷ୍ଠ ଶ୍ରେଣୀର ଛାତ୍ର

1 min read
Spread the love

ଉତ୍ତରପୂର୍ବ ଦିଲ୍ଳୀର ଉଷ୍ମାନପୁର ଥାନା ଅଞ୍ଚଳର ସନ୍ଥରବିଦାସ ଗଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ଏକ ସ୍କୁଲ୍‌ର ‌ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ସେହି ସ୍କୁଲ୍‌ର ଅଷ୍ଟମ ଶ୍ରେଣୀର ଛାତ୍ରକୁ ହତ୍ୟା କରିଛି। ମୃତ ଛାତ୍ରଙ୍କ ପରିବାର ଲୋକ ଅନ୍ୟ ଛାତ୍ର ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ଏକ ଛୋଟ ବିବାଦ ପରେ ଏପରି ହତ୍ୟାକାଣ୍ଡ ଘଟିଛି।

ପୁଲିସ୍‌ ଅଭିଯୋଗ ପାଇବା ପରେ ଏହି ମାମଲାର ପ୍ରାଥମିକ ତଦନ୍ତ କରି ପୂରା ଘଟଣା ଜାଣିବାକୁ ପାଇଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ସ୍କୁଲ୍‌ର ଜଣେ ୧୨ ବର୍ଷ ବାଳକ ଓ ଜଣେ ୧୪ ବର୍ଷର ବାଳକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏକ ଛୋଟିଆ କଥାରୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଏହା ହତ୍ୟାର ରୂପ ନେଇଥିଲା।

ମୃତକ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଶରୀରର କେକେତ ସ୍ଥାନରେ ମଧ୍ୟ ଚିହ୍ନ ଦେଖିବାକୁ ମିିଳିଛି। ଉଭୟଙ୍କ ମଧ୍ୟରେ ଝଗଡ଼ା ସ୍କୁଲ୍‌ ମଧ୍ୟରେ ହୋଇଥଇଲେ ବି ହତ୍ୟାକାଣ୍ଡ ସ୍କୁଲ୍‌ ପରିସର ବାହାରେ ହୋଇଛି। ଏହି ମାମଲାରେ ପୁଲିସ୍‌ ଅଭିଯୁକ୍ତ ଛାତ୍ରକୁ ଗିରଫ କରିିଛି।

ଏହି ହତ୍ୟାକାଣ୍ଡ ଗତକାଲି (ଫେବ୍ରୁଆରି ୨୩) ଅପରାହ୍ନ ୨.୧୫ରେ ହୋଇଛି। ହତ୍ୟାକାଣ୍ଡ ପରେ ପୀଡ଼ିତ ଛାତ୍ରଙ୍କୁ ଜେପିସି ହସ୍ପିଟାଲ୍‌କୁ ଅଣାଯାଇଥିଲା। ୪.୦୪ରେ ପୁଲିସ୍‌କୁ ଛାତ୍ରଟି ମୃତ ବୋଲି ଖବର ଦିଆଯାଇଥିଲା।

Copyright © All rights reserved.