Sat. Apr 19th, 2025

ସ୍ମାର୍ଟଫୋନ୍‌ରେ ଗୀତ ଶୁଣୁଥିବା ଲୋକେ ବଧିରତାର ଶିକାର ହୁଅନ୍ତି : ଗବେଷଣା

1 min read
Spread the love

ସ୍ମାର୍ଟଫୋନ୍‌ରେ ଯଦି ଆପଣ ଜୋର୍‌ ସାଉଣ୍ଡରେ ଗୀତ ଶୁଣିବାରେ ଅଭ୍ୟସ୍ତ,ତେବେ ତୁରନ୍ତ ଏହି ଅଭ୍ୟାସରୁ ଦୂରେଇ ଯାଆନ୍ତୁ। କାରଣ ସଂଯୁକ୍ତ ରାଷ୍ଟ୍ରର ଏକ ଏଜେନ୍‌ସିର ରିପୋର୍ଟରେ କୁହାଯାଇଛି ଯେ ,ସ୍ମାର୍ଟଫୋନ୍‌ରେ ମ୍ୟୁଜିକ୍‌ ଶୁଣିଲେ ଓ ଲଗାତାର ସେଥିରେ ଅଭ୍ୟସ୍ତ ହୋଇ ବିଶ୍ୱର ଏକ କୋଟିରୁ ଅଧିକ ଲୋକ ବଧିର ହୋଇଛନ୍ତିି।ଏଭଳି ବଧିରତାର ଶିକାର ହୋଇଥିବା ଲୋକଙ୍କର ବୟସ ୧୨ ରୁ ୩୫ ବର୍ଷ ବୋଲି ଜଣାଯାଇଛି। ଯେଉଁମାନେ ଇୟରଫୋନ୍‌ ବା ହେଡଫୋନ୍‌ର ବ୍ୟବହାର କରନ୍ତି,ସେମାନେ ଅତିଶୀଘ୍ର ବଧିରତାର ଶୀକାର ହେଉଛନ୍ତି।

ଏହି ଗବେଷଣାରୁ ଆହୁରି ବି ଜଣାଯାଇଛି ଯେ, ଯେଉଁମାନେ କମ୍‌ ଭଲ୍ୟୁମ୍‌ରେ ଗୀତ ଶୁଣନ୍ତି ବା ସୀମିତ ଭଲ୍ୟୁମ୍‌ରେ ଗୀତ ଶୁଣନ୍ତି, ସେମାନଙ୍କ ଉପରେ ଏହାର କୌଣସି କୁପ୍ରଭାବ ପଡ଼ି ନ ଥାଏ। ଯଦି ଆପଣ ନିୟମିତ ସ୍ମାର୍ଟଫୋନ୍‌ରୁ ଗୀତ ଶୁଶୁଛନ୍ତି, ତେବେ ଏଭଳି ଯନ୍ତ୍ରର ପ୍ରୟୋଗ କରନ୍ତୁ,ଯେଉଁଥିରେ ଅଟୋମେଟିକ୍‌ ଭଲ୍ୟୁମ୍‌ କଣ୍ଟ୍ରୋଲ୍‌ର ବ୍ୟବସ୍ଥା ରହିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ସ୍ମାର୍ଟଫୋନ୍‌ରୁ ୪ ମିନିଟ୍‌ରୁ ଅଧିକ ସମୟ ଯାଏଁ ହେଡଫୋନ୍‌ ଯୋଗେ ଗୀତ ଶୁଣନ୍ତୁ ନାହିଁ।

Copyright © All rights reserved.