Sat. Mar 15th, 2025

ଉତ୍ପାଦନ ବନ୍ଦ କଲେ ଅଟୋମୋବାଇଲ କମ୍ପାନୀ

1 min read
Spread the love

କରୋନା ପ୍ରଭାବକୁ କମ୍‌ କରିବା ପଦକ୍ଷେପ ଅନ୍ତର୍ଗତ ଦେଶର ପ୍ରମୁଖ ଅଟୋମୋବାଇଲ ନିର୍ମାତା କମ୍ପାନୀଗୁଡିକ ରବିବାରଠାରୁ ଦେଶ ମଧ୍ୟରେ ଉତ୍ପାଦନ ବନ୍ଦ କରିଥିବା ଜଣାପଡିଛି। ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର ହରିୟାଣା ପ୍ଲାଣ୍ଟରୁ ଉତ୍ପାଦନ ତୁରନ୍ତ ଭିତ୍ତିରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା କମ୍ପାନୀର ଗୁରୁଗ୍ରାମ ଏବଂ ମାନେସର ପାସିଲିଟି ସହ ରୋହତକରେ ଥିବା ଡେଭଲପମେଣ୍ଟ ସେଣ୍ଟର ମଧ୍ୟ ବନ୍ଦ ରହିଛି। ସରକାରଙ୍କ ନୀତି ଅନୁସାରେ ବନ୍ଦ କେତେ ଦିନ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ସେହିଭଳି ଆଗାମୀ କିଛି ସପ୍ତାହ ଲାଗି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ମହାରାଷ୍ଟ୍ର ମାନୁଫାକଚରିଂ ଅପରେଶନରୁ ଉତ୍ପାଦନ ବନ୍ଦ କରି ଦେଇଛି। ତୁରନ୍ତ ଭିତ୍ତିରେ ନାଗପୁର ପ୍ଲାଣ୍ଟରୁ ଉତ୍ପାଦନ ବନ୍ଦ କରାଯାଇଥିବା ବେଳେ ପୁଣେର ଚକନ ଏବଂ ମୁମ୍ବାଇର କାଣ୍ଡିଭାଲିଠାରେ ରହିଥିବା ପ୍ଲାଣ୍ଟରୁ ସୋମବାର ମଧ୍ୟ ରାତ୍ରିରୁ ଉତ୍ପାଦନ ବନ୍ଦ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ସେହିଭଳି ଚଳିତ ମାସ ଶେଷ ଯାଏ ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ଫିଆଟ ମଧ୍ୟ ଉତ୍ପାଦନ ବନ୍ଦ କରି ଦେଇଛନ୍ତି। କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।

Copyright © All rights reserved.