Sun. Feb 23rd, 2025

ସାଧାରଣତନ୍ତ୍ର ଦିବସ ଅବସରରେ ମୋଦିଙ୍କ ଈଷତ୍‌ ହଳଦିଆ-କମଳା ରଙ୍ଗର ପଗଡ଼ି

1 min read
Spread the love

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରଙ୍ଗିନ ପଗଡ଼ି ଭିଡ଼ିବା ପରମ୍ପରା ବଜାୟ ରଖିବାପୂର୍ବକ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ଲାଲ୍‌ ରଙ୍ଗର ପୁଚ୍ଛ ଥିବା ଈଷତ୍‌ ହଳଦୀ-କମଳା ରଙ୍ଗର ପଗଡ଼ି ପରିଧାନ କରିଥିଲେ। ତାଙ୍କର ପାରମ୍ପରିକ କୁରୁତା ପାଇଜାମା ଏବଂ ମାର୍କାଦିଆ ନେହେରୁ ଜ୍ୟାକେଟ୍‌ ପରିହିତ ମୋଦି ସାଧାରଣତନ୍ତ୍ର ଦିବସ ପରେଡ୍‌କୁ ଯିବା ପୂର୍ବରୁ ଅମର ଯବାନ ଜ୍ୟୋତି ଠାରେ ସହିଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବରାଦ ଦିଆ ପଗଡ଼ି ଦୃଷ୍ଟି ଆକର୍ଷଣ କରିଥାଏ।

୨୦୧୪ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ କରି ସ୍ୱାଧୀନତା ଦିବସ ସମ୍ଭାଷଣରେ ମୋଦି ସବୁଜ ପୁଚ୍ଛ ଥିବା ଲାଲ୍‌ ଟହଟହ ଯୋଧପୁରୀ ବନ୍ଧେଜ ପଗଡ଼ି ପାଇଁ କହିଥିଲେ।

୨୦୧୫ରେ ସେ ପରିଧାନ କରିଥିଲେ ହଳିଦିଆ, ନାଲି ଓ ଗାଢ଼ ସବୁଜ ରଙ୍ଗର ଡୋର ଓ ପଡ଼ିଥିବା ହଳଦିଆ ପଗଡ଼ି। ୨୦୧୬ରେ ପିନ୍ଧିଥିଲେ ଗୋଲାପୀ ଓ ହଳଦିଆ ଦିଶୁଥିବା ପଗଡ଼ି।

୨୦୧୭ରେ ତାଙ୍କ ପଗଡ଼ିର ରଙ୍ଗ ଥିଲା ସୁନାଲି ଡୋର ପଡ଼ିଥିବା ତୋଫା ନାଲି ଓ ହଳଦିଆ ରଙ୍ଗର ପଗଡ଼ି। ଗତବର୍ଷ ସେ ପିନ୍ଧିଥିଲେ କେଶର ରଙ୍ଗର ପଗଡ଼ି।

ଜନରାଜ୍ୟ ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ କଚର ତୋଫା ନାଲ୍‌ ବନ୍ଧନୀ ପଗଡ଼ି ଠାରୁ ଆରମ୍ଭ କରି ସୋରିଷିଆ ରାଜସ୍ଥାନୀ ସଫା ଯାଏଁ ବିଭିନ୍ନ ପ୍ରକାରର ପଗଡ଼ି ପରିଧାନ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved.