ଉତ୍ତର କୋରିଆ ଛାଡୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଖସି ପଳାଇଯିବାରେ ଉଦ୍ୟମ କରି ଏକଦା ହିରୋ ଭାବେ ପ୍ରଶଂସିତ ଦକ୍ଷିଣ କୋରିଆର ଜଣେ ପାଦ୍ରୀ ନାବାଳିକାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଜେଲ୍ଦଣ୍ଡ ପାଇଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ‘ଆକ୍ଟ୍ ଅନ୍ ସେକ୍ସୁଆଲ୍ ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଆଣ୍ଡ୍ ଆଡୋଲ୍ସେଣ୍ଟ୍ସ୍’ ଆଇନ ଉଲ୍ଲଂଘନ କରିଥିବା ଚୁନ୍ଙ୍କୁ ଗତ ସେପ୍ଟେମ୍ବର ମାସରେ ଗିରଫ କରାଯାଇଥିଲା।
ସିଓଲ୍ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ କୋର୍ଟ କହିଛି, ୨୦୧୬ରୁ ୨୦୨୩ ମଧ୍ୟରେ ୬ଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ମାମଲାରେ ଚୁନ୍ କି-ୱନ୍ ନାମକ ସେ ପାଦ୍ରୀଙ୍କୁ ଗତ ସପ୍ତାହରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଉତ୍ପୀଡ଼ିତ ନାବାଳିକାମାନେ ହେଉଛନ୍ତି ଉତ୍ତର କୋରିଆର ଶରଣାର୍ଥୀ କିଂବା ଶରଣାର୍ଥୀମାନଙ୍କର ସନ୍ତାନ।